ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୦୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୪୨ ଏବଂ ସ୍ଥାନୀୟ ସଂକ୍ରମିତ ୧୪୬୩ ଜଣ ରହିଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୪୯୮୧ ସୁସ୍ଥ ହୋଇସାରିଥିବାବେଳେ ୫୧୧୦୪ ସକ୍ରିୟ ସଂକ୍ରମିତ ରହିଛନ୍ତି। ଅନୁଗୁଳ ଜିଲ୍ଲାରୁ ୧୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୨୯୬, ବରଗଡ ୬୬, ଭଦ୍ରକ ୧୭୯, ବଲାଙ୍ଗୀର ୧୮, ବଉଦ ୫୯, କଟକ ୨୩୦, ଦେବଗଡ ୨୩, ଢେଙ୍କାନାଳ ୫୪, ଗଜପତି ୫୮, ଗଞ୍ଜାମ ୩୬, ଜଗତସିଂହପୁର ୧୨୯, ଯାଜପୁରରୁ ୩୯୧ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଝାରସୁଗୁଡା ଜିଲାରୁ ୯, କଳାହାଣ୍ଡି ୫୪, କନ୍ଧମାଳ ୫୫, କେନ୍ଦ୍ରାପଡା ୭୩, କେନ୍ଦୁଝର ୮୯, ଖୋର୍ଦ୍ଧା ୫୦୦୯, କୋରାପୁଟ ୬୩, ମାଲକାନଗିରି ୭୨, ମୟୁରଭଞ୍ଜ ୧୮୭, ନବରଙ୍ଗପୁର ୮୩, ନୟାଗଡ ୯୭, ନୂଆପଡା ୨୮, ପୁରୀ ୧୪୧, ରାୟଗଡା ୪୫, ସମ୍ବଲପୁର ୩୮, ସୋନପୁର ୨୫, ସୁନ୍ଦରଗଡ ୪୮ ଏବଂ ଷ୍ଟେଟପୁଲରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….