Report Card Odisha

| Daily Odia News

ରାଜ୍ୟରେ ଆଜି ୫୧୦ କରୋନା ଆକ୍ରାନ୍ତ ଚିହ୍ନଟ,୭ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୧୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଆକ୍ରାନ୍ତ ମୃତ | ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୯୭ ଓ ସ୍ଥାନୀୟ ସଂକ୍ରମିତ ୨୧୩ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୯ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୩, ବାଲେଶ୍ୱର ୩୩, ଭଦ୍ରକ ୯, ବଲାଙ୍ଗିର ୧, ବଉଦରୁ ଜଣେ ଚିହ୍ନଟ ହୋଇଛନ୍ତି। କଟକ ଜିଲାରେ ୭୮, ଗଜପତି ୭, ଗଞ୍ଜାମ ୧୨, ଜଗତସିଂହପୁର ୨୨, ଯାଜପୁର ୨୨ ଓ ଝାରସୁଗୁଡାରେ ୮ ଜଣ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରେ ୧, କନ୍ଧମାଳ ୪, କେନ୍ଦ୍ରାପଡା ୭, କେନ୍ଦୁଝର ୧, ଖୋର୍ଦ୍ଧା ୧୯୭, କୋରାପୁଟ ୩, ମାଲକାନଗିରି ୪, ମୟୁରଭଞ୍ଜରୁ ୧୪ ଚିହ୍ନଟ ହୋଇଛନ୍ତି। ସେହିଭଳି ନୟାଗଡରେ ୧, ପୁରୀ ୧, ରାୟଗଡାରେ ୩, ସମ୍ବଲପୁର ୯, ସୁନ୍ଦରଗଡ ୩, ଷ୍ଟେଟପୁଲରୁ ୪୭ ଚିହ୍ନଟ ହୋଇଛନ୍ତି। ଦିନକରେ ୭୪୬ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୫୪୯୪ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ଆଜି ରାଜ୍ୟରେ ଆଉ ୭ ଆକ୍ରାନ୍ତ ମୃତ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Breaking News