Report Card Odisha

| Daily Odia News

ରାଜ୍ୟରେ ୫୩୯ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ, ୬ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୯ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୧୬ ଓ ସ୍ଥାନୀୟ ସଂକ୍ରମିତ ୨୨୩ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ଶିଶୁ ଓ କିଶୋର ୭୭ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲ୍ଲାରେ ୬, ବାଲେଶ୍ୱର ୨୩, ଭଦ୍ରକ ୧୨, କଟକ ୪୮ ଓ ଦେବଗଡରେ ୪ ଜଣ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ଜିଲାରେ ୪, ଗଞ୍ଜାମ ୧, ଜଗତସିଂହପୁର ୩୧, ଯାଜପୁର ୧୭, ଝାରସୁଗୁଡା ୪ ଓ କଳାହାଣ୍ଡିରେ ଜଣେ ଚିହ୍ନଟ ହୋଇଛନ୍ତି। କନ୍ଧମାଳରେ ୧, କେନ୍ଦ୍ରାପଡା ୧୦, କେନ୍ଦୁଝର ୨, ଖୋର୍ଦ୍ଧା ୨୫୪ ଓ କୋରାପୁଟରେ ୩ ଜଣ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରେ ୨, ମୟୁରଭଞ୍ଜ ୧୩, ନୟାଗଡ ୫, ପୁରୀ ୧୨, ରାୟଗଡାରେ ୨ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରେ ୧୨, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୬୦ ଚିହ୍ନଟ ହୋଇଛନ୍ତି। ଦିନକରେ ୪୧୭ ଜଣ ସୁସ୍ଥ ହୋଇଛନ୍ତି। ସଂପ୍ରତି ରାଜ୍ୟରେ ୫୮୨୯ ଜଣ ସକ୍ରିୟ କୋଭିଡ ଆକ୍ରାନ୍ତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଆଜିର ୬ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୬୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Breaking News