ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୪୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଆକ୍ରାନ୍ତଂକର ମୃତ୍ୟୁ ହୋଇଛି | ସେମାନଙ୍କ ମଧ୍ୟରୁ ସ୍ଥାନୀୟ ୧୮୬, ସଙ୍ଗରୋଧରୁ ୨୫୮ ଓ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୫୯ ଜଣ । ୨୩ ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୮, ବାଲେଶ୍ୱର ୧୬, ବରଗଡ ୧, ଭଦ୍ରକ ୪, ବଲାଙ୍ଗୀର ୩, କଟକ ୭୩, ଦେଓଗଡ ୧, ଢେଙ୍କାନାଳ ୩, ଗଞ୍ଜାମ ୬, ଜଗତସିଂହପୁର ୧୩, ଯାଜପୁର ୨୨, ଝାରସୁଗୁଡା ୩, କେନ୍ଦ୍ରାପଡା ୫, କେନ୍ଦୁଝର ୩, ଖୋର୍ଦ୍ଧା ୧୭୦, ମୟୁରଭଞ୍ଜ ୩୭, ନୟାଗଡ ୮, ନୂଆପଡା ୧, ପୁରୀ ୭, ରାୟଗଡା ୯, ସମ୍ବଲପୁର ୭, ସୋନପୁର ୨, ସୁନ୍ଦରଗଡ ୫, ଷ୍ଟେଟ ପୁଲରୁ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୪,୭୬୪କୁ ବୃଦ୍ଧି ପାଇଛି। ୧୦,୧୦,୮୨୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫,୭୦୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଅନୁସାରେ-ଆଜିର ୫ କରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୮୦ରେ ପହଞ୍ଚିଛି। ସୁନ୍ଦରଗଡରୁ ୩ ଓ ନବରଙ୍ଗପୁରରୁ ୨ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……