Report Card Odisha

| Daily Odia News

ରାଜ୍ୟରେ ଆଜି ୩୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ,୪ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୩୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହି ସମୟ ମଧ୍ୟରେ କରୋନାରୁ ୪୬୧ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୨୩ ଓ ସ୍ଥାନୀୟ ସଂକ୍ରମିତ ୧୬୪ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୭୫ ଜଣଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୪୪୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଅନୁଗୁଳ ଜିଲ୍ଲାରେ ୨, ବାଲେଶ୍ୱର ୯, ବରଗଡ ୨, ଭଦ୍ରକ ୧, ବଲାଙ୍ଗିର ୨ ଓ କଟକରେ ୩୩ ଚିହ୍ନଟ ହୋଇଛନ୍ତି । ଦେବଗଡ ୬, ଢେଙ୍କାନାଳ ୫, ଗଞ୍ଜାମ ୩, ଜଗତସିଂହପୁର ୧୦, ଯାଜପୁର ୧୦, ଝାରସୁଗୁଡା ୧, କନ୍ଧମାଳ ୧, କେନ୍ଦ୍ରାପଡା ୬, କେନ୍ଦୁଝରରେ ୪ ଜଣଙ୍କୁ ଚିହ୍ନଟ କରାଯାଇଛି । ଖୋର୍ଦ୍ଧାରେ ସର୍ବାଧିକ ୧୯୫, ମୟୁରଭଞ୍ଜ ୨, ନବରଙ୍ଗପୁର ୧, ନୟାଗଡ ୬, ପୁରୀ ୧୨, ରାୟଗଡା ୧, ସମ୍ବଲପୁର ୧୮, ସୋନପୁର ୧, ସୁନ୍ଦରଗଡ ୬ ଓ ଷ୍ଟେଟପୁଲରୁ ୪୩ ଚିହ୍ନଟ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୨୯୮୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । କରୋନାରେ ମୃତକ ଦୁଇଜଣଙ୍କ ମଧ୍ୟରୁ ବାଲେଶ୍ୱର ଓ ଖୋର୍ଦ୍ଧା ଜିଲାରେ ଜଣେ ଲେଖାଏଁ ରହିଥିବା ଜଣାଯାଇଛି । ସେହିପରି ଆଜିର ୪ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୬୮ ବୃଦ୍ଧି ପାଇଛି ।ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ଜଣେ ରହିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Breaking News