ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୨୩୯ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୪୦ ଓ ସ୍ଥାନୀୟ ସଂକ୍ରମିତ ୯୯ ଜଣ ଥିବାବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୭ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୬୭୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ୭, ଭଦ୍ରକ ୨, କଟକ ୨୪, ଦେବଗଡ ୧, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧ ଓ ଯାଜପୁରରେ ୭ ଚିହ୍ନଟ ହୋଇଛନ୍ତି । କନ୍ଧମାଳରେ ୧, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୧୨୩, କୋରାପୁଟ ୧, ମୟୁରଭଞ୍ଜ ୧୩, ନୟାଗଡ ୧, ପୁରୀ ୩, ସମ୍ବଲପୁର ୬ ଜଣଙ୍କୁ ଚିହ୍ନଟ କରାଯାଇଛି । ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୨୯ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୩୮୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଖୋର୍ଦ୍ଧ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୧ ବୃଦ୍ଧି ପାଇଛି ।
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ପ୍ରଚୁର ଔଷଧ ମହଜୁଦ୍ ରଖ…..
ବଢିଲା ପାରାଦୀପ ବନ୍ଦର ସୁରକ୍ଷା….