ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୧୨ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ କରୋନା ଆକ୍ରାନ୍ତଂକର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୨୩ ଓ ସ୍ଥାନୀୟ ସଂକ୍ରମିତ ୮୯ ଜଣ ରହିଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୭୦ ଜଣ ରହିଥିବା ଜଣାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ୩, ଭଦ୍ରକ ୧, ବଉଦ ୧, କଟକ ୨, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର ୮, ଝାରସୁଗୁଡାରେ ୨ ଜଣ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ୧, ଖୋର୍ଦ୍ଧା ୯୦, କୋରାପୁଟ ୨, ମୟୁରଭଞ୍ଜ ୧୩, ନୟାଗଡ ୧, ପୁରୀ ୯, ସମ୍ବଲପୁର ୧୩, ସୁନ୍ଦରଗଡ ୩୯ ଓ ଷ୍ଟେଟପୁଲରୁ ୨୨ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୨୪୫ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୧୯୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଆଜିର ୨ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୬ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୨ଜଣ ରହିଛନ୍ତି |ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……