Report Card Odisha

| Daily Odia News

ରାଜ୍ୟରେ ଦିନକରେ ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ,ଜଣେ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦିନକ ମଧ୍ୟରେ ୧୫୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟଙ୍କ ମଧ୍ୟରେ ସଂଗରୋଧରୁ ୮୯ ଓ ସ୍ଥାନୀୟ ସଂକ୍ରମିତ ୬୨ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୨ ଜଣ ରହିଥିବା ଜଣାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୫୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଅନୁଗୁଳ ଜିଲ୍ଲାରେ ୧, ବରଗଡ ୧, ଭଦ୍ରକ ୧, କଟକ ୬, ଢେଙ୍କାନାଳ ୨, ଗଜପତି ୨ ଓ ଗଞ୍ଜାମ ଜିଲାରେ ୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଯାଜପୁରରେ ୬, ଝାରସୁଗୁଡା ୨, କେନ୍ଦ୍ରାପଡା ୨, କେନ୍ଦୁଝର ୧, ଖୋର୍ଦ୍ଧା ୬୩, କୋରାପୁଟ ୬, ମୟୁରଭଞ୍ଜ ୩, ନୟାଗଡ ୧, ପୁରୀ ୧୦, ରାୟଗଡା ୨, ସମ୍ବଲପୁର ୬, ସୋନପୁର ୧, ସୁନ୍ଦରଗଡ ୧୫ ଓ ଷ୍ଟେଟପୁଲରୁ ୧୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୨୪୮ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୧୦୩୯୯୨୧ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ସଂପ୍ରତି ୨୧୦୭ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଆଜିର ଜଣେ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧିପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରୁ ଜଣେ ରହିଛନ୍ତି ।

Breaking News