Report Card Odisha

| Daily Odia News

ରାଜ୍ୟରେ ଆଜି ୧୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୨ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୧୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୦୫ ଏବଂ ସ୍ଥାନୀୟ ସଂକ୍ରମିତ ୭୩ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୭ ଜଣ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୧୭୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ କରୋନା ସଂକ୍ରମଣରୁ ୨୩୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୧୦୪୧୩୬୫ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ରାଜ୍ୟରେ ୧୮୯୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨ ଜଣ, ବାଲେଶ୍ୱର ୩, ବରଗଡ ୧, ଭଦ୍ରକ ୧, କଟକ ୧୩, ଦେବଗଡ ୨, ଢେଙ୍କାନାଳ ୫, ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡାରୁ ୨ ଜଣ ଅଛନ୍ତି । ସେହିଭଳି କେନ୍ଦ୍ରାପଡାରୁ ୧, କେନ୍ଦୁଝର ୨, ଖୋର୍ଦ୍ଧା ୮୫, କୋରାପୁଟ ୧, ମୟୁରଭଞ୍ଜ ୬, ପୁରୀ ୩, ସମ୍ବଲପୁର ୧୫, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୧୯ ଜଣ ରହିଛନ୍ତି । ୨ ମୃତକଙ୍କ ମଧ୍ୟରେ ବରଗଡଜିଲ୍ଲାର ୬୫ ବର୍ଷ ବୟସ୍କା ଜଣେ ମହିଳା ଏବଂ ଖୋର୍ଦ୍ଧାର ୭୯ ବର୍ଷ ବୟସ୍କା ମହିଳା ରହିଥିବା ସୂଚନା ମିଳିଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୬ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

Breaking News