Report Card Odisha

| Daily Odia News

ସିଏମସି କାର୍ଯ୍ୟାଳୟରେ ଅହୋରାତ୍ର ଧାରଣାରେ କର୍ପୋରେଟର…..

ରିପୋର୍ଟ କାର୍ଡ / କଟକ

କଟକ ମହାନଗର ନିଗମରେ ଅଫିସର ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ବିବାଦ ତୁଟିବାର ନାଁ ନେଉନାହିଁ। ଦାବି ପୂରଣ ଦାବିରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି ବିଜେପି ଓ କଂଗ୍ରେସ କର୍ପୋରେଟର। ଗତକାଲି ରାତିରେ ଘଟଣାସ୍ଥଳରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପହଞ୍ଚି ଧାରଣାରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ କର୍ପୋରେଟରଙ୍କୁ ହାତ ଯୋଡ଼ି ଧାରଣରୁ ଉଠିବା ପାଇଁ ମେୟର ସୁବାସ ସିଂ ଅନୁରୋଧ କରିଥିଲେ। ହେଲେ ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାସ୍ଥଳରୁ ଉଠିବେ ନାହିଁ ବୋଲି କହିଥିଲେ।

Breaking News