ରିପୋର୍ଟ କାର୍ଡ / ବଲାଙ୍ଗୀର
କୋଟିକୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କୁ ଗିରଫ କରିଛି। ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ କୋର୍ଟରେ ହାଜର କରାଯିବା ସହ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଭିଜିଲାନ୍ସ ଗତ ଦୁଇଦିନ ଧରି ଇଞ୍ଜିନିୟର ଶ୍ରୀ ରାଉତଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟିକୋଟି ଟଙ୍କା ମୂଲ୍ୟର ଜମି, ଫ୍ଲାଟ୍ , କୋଠା, ଫାର୍ମହାଉସ, କେଜିଏ ସୁନା ସହ ବହୁ ମୂଲ୍ୟବାନ ସମ୍ପତ୍ତି ଜବତ କରିଛି। ଶ୍ରୀ ରାଉତଙ୍କର ମଥୁରାରେ ଗୋଟିଏ ମୂଲ୍ୟବାନ ଫ୍ଲାଟ୍ ଥିବା ମଧ୍ୟ ଜଣାପଡ଼ିଛି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..