ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ତଥା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ୮ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଥିଲା। ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ ସହିତ ସିସିଟିଭି ମନିଟରିଂ ବ୍ୟବସ୍ଥା ହୋଇଛି। ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ନିର୍ବାଚନ କମିଶନଙ୍କ ଗାଇଡ୍ଲାଇନକୁ ଭିତ୍ତିକରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ନିୟମ ୫୪-ଏ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍ ପେପରଗୁଡ଼ିକର ଗଣନା ରିଟର୍ନିଂ ଅଫିସର(ଆର୍ଓ)ଙ୍କ ଟେବୁଲରେ ଆରମ୍ଭ ହେବ। ଭୋଟଗଣତି ଆରମ୍ଭ ପୂର୍ବରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଆର୍ଓ ଗ୍ରହଣ କରିଥିବା ବାଲଟ୍ ପେପରଗୁଡ଼ିକୁ କେବଳ ଗଣନା ପାଇଁ ନିଆଯିବ। ପୋଷ୍ଟାଲ ବାଲାଟ ଗଣନା ହୋଇସାରିଛି ୩୦ ମିନିଟ ପରେ ଇଭିଏମ୍ ଭୋଟ ଗଣନା ଆରମ୍ଭ ହୋଇଛି । ଯେଉଁ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟ ନ ଥିବ ସେଠାରେ ଧାର୍ଯ୍ୟ ସମୟ ଅନୁଯାୟୀ ଇଭିଏମ୍ ଭୋଟଗୁଡ଼ିକର ଗଣନା ଆରମ୍ଭ ହେବ। ପୋଲିଂ ଷ୍ଟେସନରେ ଭୋଟ ଗଣନା ପାଇଁ ଫର୍ମ-୧୭ସି ସହ କେବଳ ଇଭିଏମ୍ର କଣ୍ଟ୍ରୋଲ ୟୁନିଟ୍(ସିୟୁ)ଗୁଡ଼ିକୁ ବ୍ୟବହାର କରାଯିବ।






More Stories
ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ଅଦଳବଦଳ…..
ଅଧିକ ପାର୍କିଂ ବଢାଇବ ବିଏମସି….
ସର୍ବଦଳୀୟ ବୈଠକ ଶେଷ…..