ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ପୁଣି ଝଟକା । ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଘଟଣାରେ ଗିରଫ ଆଶିଷଙ୍କ ଦ୍ୱିତୀୟ ଜାମିନ ଆବେଦନ ଶୁକ୍ରବାର ଜିଲ୍ଲା କୋର୍ଟ ଖାରଜ କରି ଦେଇଛନ୍ତି। ଆଶିଷ ହେଉଛନ୍ତି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ। ଆଶିଷଙ୍କ ପାଇଁ ବିରୋଧୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରୁଛନ୍ତି। ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ମୋନା ସିଂହଙ୍କ ଆଗରେ ଆଶିଷ ମିଶ୍ରା ଶୁକ୍ରବାର ଦ୍ୱିତୀୟ ଜାମିନ ଆବେଦନ କରିଥିଲେ। ଆଶିଷଙ୍କ ଓକିଲ ଅୱଦେଶ ସିଂହ ଜାମିନ ପାଇଁ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ହେଲେ ଏହାକୁ ମାଜିଷ୍ଟ୍ରେଟ ମୋନା ସିଂହ ଅଗ୍ରାହ୍ୟ କରିଦେଇଥିବା ଏସ୍ପିଓ ଏସ୍ପି ଯାଦବ ସୂଚନା ଦେଇଛନ୍ତି। ଘଟଣାର ଗମ୍ଭୀରତାକୁ ହୃଦୟଙ୍ଗମ କରି କୋର୍ଟ ଜାମିନ ଆବେଦନକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ଜାମିନ ପ୍ରଦାନ ପାଇଁ ଉପଯୁକ୍ତ କାରଣ ଆବେଦନକାରୀ ଉପସ୍ଥାପନ କରିପାରି ନାହାନ୍ତି। ତେଣୁ ଜାମିନ ଆବେଦନକୁ ଖାରଜ କରାଯାଉଛି। ଡିସେମ୍ବର ୧୪ରେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ(ଏସଜେଏମ) ଘଟଣାର ତଦନ୍ତ କରୁଥିବା ଏସ୍ଆଇଟିକୁ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅନ୍ୟ କଠୋର ଦଫା ଲଗାଇବାକୁ ହୋଇଥିବା ଆବେଦନକୁ ଅନୁମତି ଦେଇଥିଲେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..