Report Card Odisha

| Daily Odia News

ତିସ୍ତା ତୁରନ୍ତ ଆତ୍ମସମର୍ପଣ କରନ୍ତୁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୦୨ ମସିହାର ଗୁଜରାଟ ଦଙ୍ଗା ଘଟଣାରେ କିଛି ଲୋକଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ସାମାଜିକ କର୍ମୀ ଡ. ତିସ୍ତା ଶୀତଳବାଡ଼ଙ୍କୁ ଶକ୍ତ ଝଟକା ଲାଗିଛି। ଗୁଜରାଟ ହାଇକୋର୍ଟ ଆଜି ତାଙ୍କର ନିୟମିତ ଜାମିନ ଆବେଦନକୁ ଖାରଜ କରିବା ସହ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିତଲବାଦଙ୍କ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ସମୟ ମାଗିଥିଲେ ଓ ଆଦେଶ ଉପରେ ରୋକ ଲଗାଇବାକୁ କହିଥିଲେ। ହେଲେ ଏହାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଏହି ମାମଲାରେ ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ତିସ୍ତା  ଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ହେଲେ ଏବେ ତାଙ୍କୁ ଗୁଜରାଟ ହାଇକୋର୍ଟ ଆତ୍ମସମର୍ପଣ କରିବାକୁ କହିଛନ୍ତି।

 

Breaking News