ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ମଧ୍ୟରେ ଆମ୍ ଆଦ୍ମୀ ପାର୍ଟି ନେତା ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ଅଦାଲତ ସମନ କରିଛନ୍ତି। ଏଥିରେ କୋର୍ଟ ଆତିଶୀଙ୍କୁ ଜୁନ୍ ୨୯ରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ କୋର୍ଟ ଏହି ସମନ ପଠାଇଛନ୍ତି। ବିଜେପି ନେତା ତଥା ନୂଆଦିଲ୍ଲୀ ସଂସଦୀୟ ଆସନର ବିଜେପି ପ୍ରାର୍ଥୀ ବାନ୍ସୁରୀ ସ୍ୱରାଜ କହିଛନ୍ତି ଯେ, ଦିଲ୍ଲୀ ମନ୍ତ୍ରୀ ଆତିଶୀ ବିନା କୌଣସି ଯୁକ୍ତିରେ ଏବଂ ବିନା ପ୍ରମାଣରେ ପାର୍ଟି ବିରୋଧରେ ‘ଅପରେସନ୍ ଲୋଟସ୍’ ଭଳି ଘୃଣ୍ୟ ଅଭିଯୋଗ ଆଣିଛନ୍ତି। ଏହାପରେ ପ୍ରବୀଣ ଶଙ୍କର କପୁରଙ୍କ ତରଫରୁ ଦିଲ୍ଲୀ ମନ୍ତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……