ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପିଲାଙ୍କୁ ଟୀକାକରଣ ନେଇ ଆସିଲା ଖୁସି ଖବର | ବଡ ଲୋକଙ୍କୁ ଟୀକା ଦିଆଯାଉସଥିବା ବେଳେ ଛୋଟ ପିଲାଙ୍କୁ ନେଇ ଚିନ୍ତାଥିଲା | ଏବେ ୨ ବର୍ଷରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନ ବିରୁଦ୍ଧରେ ଟୀକାକରଣ କରାଯାଇପାରିବ। ଏହାକୁ ଅନୁମୋଦନ କରାଯାଇଛି। ସୂଚନାଯୋଗ୍ୟଯେ, ଯେ ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର୍ ଏକତ୍ର ମିଶି କୋଭାକ୍ସିନ୍ ତିଆରି କରିଛନ୍ତି। ତାହା ହେଉଛି ଭାରତୀୟ କରୋନା ଟିକା। କରୋନା ଜୀବାଣୁ ବିରୁଦ୍ଧରେ କ୍ଲିନିକାଲ୍ ପରୀକ୍ଷଣରେ କୋଭାକ୍ସିନ୍ ପ୍ରାୟ ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଏହା ଜଣା ପଡ଼ିଛି ଯେ, ଖୁବ ଶୀଘ୍ର କେନ୍ଦ୍ର ସରକାର ଏହି ବିଷୟରେ ନିର୍ଦ୍ଦେଶନାମା ଜାରି କରିବେ। ଏହା କୁହାଯାଇଛି ଯେ ପିଲାମାନେ ବୟସ୍କଙ୍କ ପରି କୋଭାକ୍ସିନର ଦୁଇଟି ଟିକା ମଧ୍ୟ ଦିଆଯିବ। ଏ ପର୍ଯ୍ୟନ୍ତ ଟିକା ପରୀକ୍ଷଣରେ କୌଣସି ଅସୁବିଧା ହୋଇନାହିଁ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..