Report Card Odisha

| Daily Odia News

ଆଜି ରାଜ୍ୟରେ ୭୧୮୮ ନୂଆ କରୋନା ସଂକ୍ରମିତ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ଆଉ ୭ ହଜାର ୧୮୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩କୁ ବୃଦ୍ଧି ପାଇଛି। ସଙ୍ଗରୋଧରୁ ୪,୦୨୬ ଓ ସ୍ଥାନୀୟ ଅଞ୍ଚଳରୁ ୩୧୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକରୁ ୬୯୦, ଅନୁଗୁଳରୁ ୫୧୫, ପୁରୀରୁ ୪୫୭, ଯାଜପୁରରୁ ୪୦୬, ମୟୂରଭଞ୍ଜରରୁ ୩୨୦, ବରଗଡ଼ରୁ ୨୭୧, ବୌଦ୍ଧରୁ ୨୫୭, ବୌଦ୍ଧରୁ ୨୫୭ ଓ ନୟାଗଡ଼ରୁ ୨୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁରରୁ ୨୧୬, କୋରାପୁଟରୁ ୨୦୨, କଳାହାଣ୍ଡିରୁ୧୭୭, ସୁନ୍ଦରଗଡ଼ରୁ ୧୭୨ , ରାୟଗଡ଼ାରୁ ୧୬୫, ଗଞ୍ଜାମରୁ ୧୬୩, ଜଗତସିଂହପୁରରୁ ୧୫୪, ଝାରସୁଗୁଡ଼ାରୁ ୧୪୪, ସୁବର୍ଣ୍ଣପୁରରୁ ୧୨୯, ସମ୍ବଲପୁରରୁ ୧୨୦, ବାଲେଶ୍ବରରୁ ୧୦୩, କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତିରୁ ୧୦୬ , ବଲାଙ୍ଗିରରୁ ୯୩ , ମାଲକାନଗିରିରୁ ୯୨ , ଭଦ୍ରକରୁ ୮୯ , କେନ୍ଦ୍ରାପଡ଼ାରୁ ୭୫, ନୂଆପଡ଼ାରୁ ୬୨ , ଦେବଗଡ଼ରୁ ୬୧ , କେନ୍ଦୁଝରରୁ ୫୭ , କନ୍ଧମାଳରୁ ୫୪ ଏବଂ ଷ୍ଟେଟପୁଲରୁ ୨୩୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

 

 

Breaking News