ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଲୋପାଥିକୁ ନିନ୍ଦା କରିବା ବାବା ରାମଦେବଙ୍କୁ ମହଙ୍ଗା ପଡିଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଏଇଏମଏ) ୧୦୦୦ କୋଟିର ମାନହାନୀ ମକଦ୍ଦମା କରିବା ପରେ ଏବେ ରାଜସ୍ଥାନ ସରକାରଙ୍କ ନଜରରେ ବାବା ରାମଦେବ । ଗତକାଲି ରାତିରେ ରାଜସ୍ଥାନ ସରକାରଙ୍କର ଏକ ଟିମ୍ ବାବା ରାମଦେବଙ୍କ ତେଲ ଫ୍ୟାକ୍ଟ୍ରି ଉପରେ ଚଢାଉ କରି ସିଲ୍ କରିଥିବା ସୂଚନା ରହିଛି । ଅଲୱାର ଜିଲ୍ଲା ସ୍ଥିତ ବାବା ରାମଦେବଙ୍କ ସୋରିଷ ତେଲ ପ୍ରସ୍ତୁତକାରୀ ପତଂଜଳି ଫ୍ୟାକ୍ଟ୍ରିକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଖୋଦ ଜିଲ୍ଲାପାଳ ନିଜେ ଚଢାଉରେ ସାମିଲ ହୋଇଥିବାବେଳେ ସମସ୍ତ ଦୃଶ୍ୟ ଭିଡିଓରେ କଏଦ କରାଯାଇଛି । ପୂର୍ବରୁ ସୋଲ୍ଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ସିଇଏ) ବାବା ରାମଦେବଙ୍କ ପତଂଜଳି କମ୍ପାନୀରେ ତେଲ ଅପମିଶ୍ରଣ ହେଉଥିବା ଅଭିଯୋଗ ଆଣିଥିଲା । ଏପରିକି ନିଜ ତେଲ ବିଜ୍ଞାପନରେ ବାବା ରାମଦେବ ଅନ୍ୟ କମ୍ପାନୀଗୁଡିକ ଅପମିଶ୍ରଣ କରୁଥିବା ମଧ୍ୟ କହିଥିଲେ । ଯାହାକୁ (ସିଇଏ) ଖୋଲାଖୋଲି ବିରୋଧ କରିଥିଲା । ଅଲୱାର ଜିଲ୍ଲା ଖୈରଥାଲ୍ ସ୍ଥିତ ପତଂଜଳି କମ୍ପାନୀରେ ତେଲ ଅପମିଶ୍ରଣ ହେଉଥିବା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଯାହା ପରେ ଅଲୱାର୍ ଜିଲ୍ଲା ପ୍ରଶାସନ ଆକ୍ସନ୍ ମୋଡକୁ ଆସିଥିଲା । (ସିଂଘାନିଆ) ପତଂଜଳି ତେଲ ମିଲ୍ ସିଲ୍ କରିବା ସହ ବିପୁଳ ପରିମାଣର ତେଲ ପ୍ୟାକେଟକୁ ସ୍ଥାନୀୟ ପ୍ରଶାସନ ସିଜ୍ କରିଥିବା ସୂଚନା ରହିଛି






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..