ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସପିଂ ମଲରେ କୋଭିଡ ବୁଷ୍ଟର୍ ଡୋଜ ବିତରଣ କରାଯାଉଛି | ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମସି ମେୟର ସୁଲୋଚନା ଦାସ ଓ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ଏହି ପ୍ରକ୍ରିୟାର ଉଦଘାଟନ କରିଛନ୍ତି। ପାତ୍ରପଡା ସ୍ଥିତ ଡି ଏନରେ ଗାଲିଆ ମଲ, ରୁଦ୍ରପୁରଠାରେ ଥିବା ସିମ୍ଫନି ମଲ ଏବଂ ରସୁଲଗଡ଼ରେ ଥିବା ଏସପ୍ଲାନେଡ ମଲରେ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇସାରିଥିବା ଲୋକମାନେ ଏହି ମଲମାନଙ୍କୁ ଆସି ନିଜ ବୁଷ୍ଟର୍ ଡୋଜ ନେଇପାରିବେ ବୋଲି ଜଣାଯାଇଛି। ପୂର୍ବରୁ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ, ବିଏମସି ହସ୍ପିଟାଲ,ଏମ୍ସ ହସ୍ପିଟାଲ ସମେତ କିଛି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ପ୍ରିକସନ ଡୋଜ ଦିଆଯାଉଥିଲା। ଆଗାମୀ ଦିନରେ ରାଜଧାନୀରେ ଥିବା ଅନ୍ୟ ମଲମାନଙ୍କରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୁଲୋଚନା ଦାସ କହିଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..