ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିଡ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲା ନେଇ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏବେ ଚାଲିଥିବା ଟେଷ୍ଟିଂ ଚାଲୁ ରଖିବା ସହିତ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଭାକସିନେସନକୁ ଗୁରୁତ୍ବ ଦିଆଯାଇଛି। ଏବେ ୩ ପ୍ରମୁଖ ମେଡ଼ିକାଲ କଲେଜରେ ୨୦ଟି ଲେଖାଏଁ ବେଡ ପ୍ରସ୍ତୁତ ରହିଛି। ପରିସ୍ଥିତି ଉପରେ ନଜର ରଖି ପରେ ବେଡ ସଂଖ୍ୟା ଆଉ ୨୦କୁ ବୃଦ୍ଧି କରାଯିବ। ମାକ୍ସ ପିନ୍ଧିବା, ହାତଧୋଇବା ଓ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି। ନୂଆବର୍ଷ ଥିବାରୁ ଅଧିକ ସତର୍କତା ଅବଲମ୍ବନ ସହ ଜିଲ୍ଲାସ୍ତରରେ ଟୀକରଣ ଓ ଟେଷ୍ଟିଂ ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି। ସବୁ ଜିଲ୍ଲା ହସ୍ପିଟାଲ ସହ ପ୍ରମୁଖ ହସ୍ପିଟାଲରେ ୨୬ରେ ହେବ ମକଡ୍ରିଲ। ରୋଗୀ ସଂଖ୍ୟା ବଢ଼ିଲେ କିଭଳି ଚିକିତ୍ସା ବ୍ୟବସ୍ଥା ହେବ ସେଥିନେଇ ମକଡ୍ରିଲ ହେବ। ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ବ ଦିଆଯାଇଥିବାବେଳେ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଏବେ ଦିନକୁ ୧୫ଟି କେସ ଚିହ୍ନଟ ହେଉଥିବାବେଳେ ହସ୍ପିଟାଲରେ ୫୪ଜଣ ରୋଗୀ ରହିଛନ୍ତି। କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଣିକି ପୂର୍ବରୁ ଥିବା ସମସ୍ତ କୋଭିଡ ନିୟମ ପାଳନ ସହିତ ମାସ୍କ ପିନ୍ଧିବା ଓ ନିୟମିତ ହାତ ଧୋଇବାକୁ ସରକାର ପରାମର୍ଶ ଦେଇଛନ୍ତି। କିଛି ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେସନରେ ରଖିବା ସହିତ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ପରାମର୍ଶ ଦିଆଯାଇଛି।






More Stories
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି….
ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
୧୦ ପରେ ବଢିବ ତାତି…..