ରିପୋର୍ଟ କାର୍ଡ / ଭୁବନେଶ୍ବର
କିଛି ଦିନ ବ୍ୟବଧାନ ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଛି। ତିନିଦିନ ହେବ ଏହି ସଂଖ୍ୟା ତଳଉପର ହେଉଛି। ପରୀକ୍ଷଣ କମ୍ ହେଉଥିବାବେଳେ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଉଛି। କରୋନାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିବାବେଳେ ଆଜିଠୁ ଦୁଇଦିନିଆ ମକ୍ଡ୍ରିଲ କରାଯିବ। ରାଜ୍ୟରେ କରୋନା ଶତକମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୯ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। କୌଣସି ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି କି ଗୁରୁତର ହୋଇନାହାନ୍ତି। ଅନ୍ୟପକ୍ଷେର କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜିଠୁ ଦୁଇଦିନିଆ ମକ୍ଡ୍ରିଲ କରାଯିବ। ଯେଉଁଥିରେ କରୋନା ମୁକାବିଲା ନିମନ୍ତେ ଚିକିତ୍ସା ପଦ୍ଧତି ସହିତ ଭିତ୍ତିଭୂମି ଉପରେ ତଦାରଖ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ରହିଛି ୫୫୬।






More Stories
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..