ରିପୋର୍ଟ କାର୍ଡ / ପାଟଣା
ମେ’ ୨୫ ପର୍ଯ୍ୟନ୍ତ ବିହାରରେ ବଢ଼ିଲା ଲକ୍ଡାଉନ | ବିହାରରେ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକ୍ଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।ଏନେଇ ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟୁଇଟ କରି ସୂଚନା ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କରୋନା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ମନ୍ତ୍ରୀମାନେ ଓ ଉଚ୍ଚ ପଦାଧିକାରୀ ସାମିଲ ହୋଇଥିଲେ। ଉକ୍ତ ଲକ୍ଡାଉନରୁ ରାଜ୍ୟରେ ସକରାତ୍ମକ ଫଳ ମିଳିଥିବାରୁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ଲକ୍ଡାଉନ ଯୋଗୁଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି। ସେୂଚନାଯୋଗ୍ୟ, ପୂର୍ବରୁ ମେ’୧୫ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ଏହାର ଅବଧିକୁ ମେ’ ୨୫ ଯାଏ ବୃଦ୍ଧି କରାଯାଉଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..