ରିପୋର୍ଟ କାର୍ଡ / ଭଦ୍ରକ
ଗୋ ଚାଲାଣ ବେଳେ ୧୦୦ରୁ ଉର୍ଦ୍ଧ୍ଵ ଗୋରୁଙ୍କୁ ଉଦ୍ଧାର କଲା ବଜରଙ୍ଗ ଦଳ। ଗତକାଲି ମଧ୍ୟରାତ୍ରୀରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅରର୍ଣ୍ଣୟ ନିବାସ ନିକଟରେ ଗୋରୁ ବୋଝେଇ ଗାଡିକୁ ଅଟକାଇ ଥିଲେ ବଜରଙ୍ଗ ଦଳ | ଏହା ପରେ ପୋଲିସକୁ ଖବର ଦେଇଥିଲେ। ରାତିରେ ପୋଲିସ ଘଟଣାସ୍ଥଳରେ ନପହଞ୍ଚିବାରୁ ସକାଳ ପର୍ଯ୍ୟନ୍ତ ବଜରଙ୍ଗ ଦଳ ଏହି ଗୋରୁ ଗାଡିକୁ ଅଟକ ରଖି ଥାନାରେ ଅଭିଯୋଗ କରିଥିଲା। କେନ୍ଦ୍ରାପଡ଼ାରୁ କୋଲକାତା ଭାୟା ଚାନ୍ଦବାଲି ଦେଇ ହେଉଛି ବେଆଇନ ଗୋ ଚାଲାଣ। ଶହ ଶହ ଗୋରୁଙ୍କୁ ବୋଝେଇ କରି ରାଜ୍ୟ ବାହାରକୁ ଗୋ ଚାଲାଣ କରୁଛନ୍ତି ଗୋ ମାଫିଆ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..