Report Card Odisha

| Daily Odia News

ପରଲୋକରେ ଶିବାଜୀ ପଟ୍ଟନାୟକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଶିଷ୍ଠ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କର ପରଲୋକ ହୋଇଛି | ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି  | ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଶିବାଜୀଙ୍କ ମୃତ୍ୟୁ ସମ୍ପର୍କରେ ସିପିଆଇ (ଏମ) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଲଢ଼ି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଶିବାଜୀ ୩ ଥର ନିର୍ବାଚନ ଜିତି ଲୋକସଭାର ସଦସ୍ୟ ରହିଥିଲେ । ସେ ୧୯୭୭ ରୁ ୧୯୮୦ ଓ ୧୯୮୯ ରୁ ୧୯୯୬ ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରିଥିଲେ |

Breaking News