ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡିସେମ୍ବର ୧୫ରୁ ୨୫ ମଧ୍ୟରେ ପିଏମ୍ କିଷାନ୍ ସମନ ନିଧି ଯୋଜନାର ଲାଭାର୍ଥୀଙ୍କୁ ମିଳିବ ୧୦ମ କିସ୍ତି ଟଙ୍କା । କେନ୍ଦ୍ର ସରକାର ଗତବର୍ଷ ଡିସେମ୍ବର ୨୫ ତାରିଖରେ ଚାଷୀଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର୍ କରିଥିଲେ । ଏହି ପରିସ୍ଥିତିରେ ଯଦି ଆପଣ ଖାତାରେ କୌଣସି ପ୍ରକାର ତ୍ରୁଟି କରିଛନ୍ତି ତେବେ ତୁରନ୍ତ ଠିକ୍ କରାଇ ନିଅନ୍ତୁ। ପିଏମ୍ କିଷାନ୍ ଯୋଜନା ଅଧୀନରେ ଦେଶବ୍ୟାପୀ କୋଟି କୋଟି ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ଦିଆଯାଇଥାଏ । ସରକାର ଏହି ଟଙ୍କାକୁ ଚାଷୀଙ୍କ ଖାତାକୁ ଅନଲାଇନ୍ ରେ ଟ୍ରାନ୍ସଫର୍ କରିଥାଆନ୍ତି । ଯଦି ଆପଣ ମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ପିଏମ୍ କିଷାନ୍ ସମ୍ମାନ ନିଧି ରେ ନିଜର ନାମ ରୋଜିଷ୍ଟର୍ କରନ୍ତୁ । ଯାହାଫଳରେ ଆପଣ ମାନେ ମଧ୍ୟ ଏହାର ଫାଇଦା ଉଠାଇପାରିବେ। ଯେଉଁ କୃଷକମାନେ ନବମ କିସ୍ତିର ଲାଭ ପାଇ ନାହାଁନ୍ତି, ତେବେ ଦୁଇଟି କିସ୍ତିର ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାଯିବ ଅର୍ଥାତ୍ ସେମାନେ ଏକାବେଳର ୪ ହଜାର ଟଙ୍କା ପାଇବେ । କିନ୍ତୁ ଏହି ସୁବିଧା ସେମାନେ ପାଇବେ ଯେଉଁ ମାନେ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ରେଜିଷ୍ଟ୍ରେସନ୍ କରାଇଥିଲେ ।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….