ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ବିଶ୍ୱକପରେ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ଏହି ବିଜୟ ସହ ଭାରତ ୬ ପଏଣ୍ଟ ପାଇ ଶୀର୍ଷରେ ପହଞ୍ଚିବା ସହ ସେମିଫାଇନାଲ ଆଡକୁ ବଢିଛି | ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା। ଭାରତ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ରନ କରିଥିଲା। ବାଂଲାଦେଶ ଶେଷ ଚେଷ୍ଟା କରିଥିଲେ ମଧ୍ୟ ଟାର୍ଗେଟ ଠାରୁ ୫ ରନ ପଛରେ ରହି ଯାଇଥିଲା । ବାଂଲାଦେଶ ପ୍ରଥମେ ୧୮୫ ରନର କୁ ଟାର୍ଗେଟ କରିଥିଲା। ଜବାବରେ ବାଂଲାଦେଶ ଲିଟନ ଦାସଙ୍କ ବିସ୍ଫୋରକ ୬୦ରନ ସତ୍ତ୍ବେ ବିଜୟଠାରୁ ମାତ୍ର ୬ରନ ଦୂରରେ ରହିଯାଇଥିଲା। ୭ ଓଭର ସୁଦ୍ଧା ଦଳ ବିନା କୌଣସି ୱିକେଟ ହରାଇ ୬୬ ରନ ମଧ୍ୟ କରି ନେଇଥିଲା। ହେଲେ ବର୍ଷା ଯୋଗୁ ବାଂଲାଦେଶକୁ ଡିଏଲ ମେଥଡ ଦ୍ୱାରା ୧୬ ଓଭରରେ ୧୫୧ ରନ ମିଳିଥିଲା।






More Stories
୨୪ ରେ ବାରବାଟୀ ଟି-୨୦……
ହାର୍ଦ୍ଦିକଙ୍କ ନାଁରେ ମାମଲା…..
ଟିମ୍ ଇଣ୍ଡିଆକୁ ୧୩୧ କୋଟି ପୁରସ୍କାର…..