ରିପୋର୍ଟ କାର୍ଡ / ଭୁବନେଶ୍ୱର
କମିସନରେଟ ପୋଲିସ ମିଳିଛି ବଡ ସଫଳାତା । ମଙ୍ଗଳବାର କମିସନରେଟ ପୋଲିସ ୭ ସାଇବର ଲୁଟେରାଙ୍କୁ ଗିରଫ କରିଛି | ସେମାନଙ୍କ ନିକଟରୁ ୧୫୦ ମୋବାଇଲ ସହ ୧୬ ହଜାର ସିମ କାର୍ଡ ଜବତ ହୋଇଛି। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶନୀ ସୂଚନା ଦେଇଛନ୍ତି। ସହିଦନଗରର ଏକ ସାଇବର ଠକେଇର ତଦନ୍ତ କରିବା ବେଳେ ଏହି ଲୁଟେରାଙ୍କୁ ଗିରଫ କରାଯାଇଛି। ଲୁଟେରାମାନେ କଟକରେ ଏକ ଭଡା ଘରେ ନେଇ ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଭଦ୍ରକ,ବାଲେଶ୍ୱର, ଆଖପାଖ ଜିଲ୍ଲାରୁ ବହୁ ପରିମାଣର ପ୍ରି-ଆକ୍ଟିଭେଟେଡ ସିମ୍ ବାହାରକୁ ଚାଲାଣ ହେଉଥିଲା। ଉକ୍ତ ସିମ୍ ଗୁଡିକ ସାଇବର ଅପରାଧରେ ବ୍ୟବହାର କରାଯାଇଥିଲା। ପ୍ରି-ଆକ୍ଟିଭେଟେଡ ସିମକୁ ଟ୍ରାକ କରି ତଦନ୍ତ ଆରମ୍ଭ କରିଥିଲେ, ଏହା ପଛରେ ଏକ ବଡ ଗ୍ୟାଙ୍ଗ କାର୍ଯ୍ୟ କରୁଛି ବୋଲି ପୋଲିସ କମିସନର ସୂଚନା ଦେଇଛନ୍ତି। ଗ୍ରାହକଙ୍କ ପରିଚୟ ପତ୍ରକୁ ନକଲ କରି ବହୁ ସିମ୍ ଆକ୍ଟିଭ କରି ଅନ୍ୟ ରାଜ୍ୟକୁ ଠକେଇ କରାଯାଉଥିଲା। ମାତ୍ର ଥରେ ବ୍ୟବହାର କରି ସିମ୍ କୁ ଫୋପାଡି ଦିଆଯାଉଥିଲା। ଏହି ଘଟଣାର ଆଉକେଉଁ ମାନେ ସମ୍ପୃକ୍ତ ଅଛନ୍ତି ଜାଣିବାପାଇଁ ତଦନ୍ତ ଜାରି ରହିଛି।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….