ରିପୋର୍ଟ କାର୍ଡ / କଟକ
ହୋଟେଲ ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଜିଲ୍ଲା ନିର୍ଗୁଣ୍ଡି ପୁରୁଣା ଟୋଲ୍ ଗେଟ୍ ନିକଟରେ ଥିବା ହୋଟେଲ ପାଖରୁ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୃତକ ହେଲେ ସ୍ଥାନୀୟ ଚୌଦ୍ୱାର ଜେଲ୍ କଲୋନୀର ଅଶୋକ ମହାନ୍ତି । ସେ ନିର୍ଗୁଣ୍ଡି ଠାରେ ଥିବା ଏକ ଟ୍ରାନ୍ସପୋର୍ଟ କଂପାନିରେ ୨ବର୍ଷ ହେଲା କାମ କରୁଥିଲେ । ଗତ କାଲି ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ପୁଲିସ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣା ଘଟଣାର ତଦନ୍ତ କରୁଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..