ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶାରୁ ଧରାପଡ଼ିଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଈଶାନ୍ ବୁଖାରୀ କୁ ରିମାଣ୍ଡରେ ନେବା ଲାଗି ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିବ। ଦରକାର ପଡ଼ିଲେ ତଦନ୍ତ ଲାଗି NIA ଆସିପାରେ ବୋଲି STF ଏସ୍.ପି କହିଛନ୍ତି। ପାକିସ୍ତାନ ISI ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି। ଆଶଙ୍କା କରାଯାଉଛି, ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇଛି ଦେଶର ସମ୍ବେଦନଶୀଳ ତଥ୍ୟ। ତା’ମଧ୍ୟରୁ କିଛି ଡିଲିଟ୍ ହୋଇଛି ତ ଆଉ କିଛି ଲାଗିଛି କ୍ରାଇମବ୍ରାଞ୍ଚ STF ହାତରେ। ତେଣୁ ସିଡ଼ିଆର୍ ଆନାଲିସିସ ଆଧାରରେ ସବୁ ତଥ୍ୟର ରହସ୍ୟ ଖୋଲିବା ପାଇଁ ଯାଜପୁର ରଗଡ଼ି ଜେଲରେ ଥିବା ବୁଖାରୀକୁ ରିମାଣ୍ଡରେ ନେବାକୁ ଯୋଜନା ରଖିଛି କ୍ରାଇମବ୍ରାଞ୍ଚ। ବୁଖାରୀ ସତମିଛ କହି ଏକାଧିକ ବିବାହ କରିଥିଲା। ଓଡ଼ିଶା ସହ ଉତ୍ତରପ୍ରଦେଶ, କେରଳ, ପଂଜାବ, ଜମ୍ମୁ ଓ କାଶ୍ମୀରରେ ତା’ର ୬/୭ଟି ସ୍ତ୍ରୀ ଅଛନ୍ତି । ବୁଖାରୀର ଆଉ କେଉଁଠି ସ୍ତ୍ରୀ ଅଛନ୍ତି ତା’ର ତଦନ୍ତ କରାଯିବ ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..