ରିପୋର୍ଟ କାର୍ଡ /ଗଞ୍ଜାମ
ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଜିମାରେ ନେବ କ୍ରାଇମବ୍ରାଞ୍ଚ। ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ୬ ଜଣ ଅଭିଯୁକ୍ତଙ୍କୁ ଜିମାରେ ନେବାକୁ ସୋମବାର କ୍ରାଇମ ବ୍ରାଞ୍ଚ ପକ୍ଷରୁ ଅଦାଲତରେ ଆବେଦନ କରାଯାଇଥିଲା। ଅଦାଲତ ପକ୍ଷରୁ ଦିନିକିଆ ଜିମା ଅନୁମତି ମିଳିଥିବା ସୂଚନା ମିଳିଛି। ସେହିକ୍ରମରେ କ୍ରାଇମବାଞ୍ଚ ଆଜି ୬ ଅଭିଯୁକ୍ତଙ୍କୁ ଜିମାରେ ନେଇ ପଚରାଉଚରା କରିବ ବୋଲି ଜଣାପଡିଛି । ଏହି ମାମଲାରେ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେଥିରେ ୪ ଜଣ ନାବାଳକ ରହିଛନ୍ତି । ୬ ସାବାଳକ ଅଭିଯୁକ୍ତ ମଧ୍ୟରୁ ୩ ଜଣ ପୀଡିତାଙ୍କୁ ବଳାତ୍କାର କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଏହି ୪ ନାବାଳକ ସମେତ ଅନ୍ୟ ୩ ଜଣ ବଳତ୍କାରୀଙ୍କୁ ସହଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ଦଳ ଗୋପାଳପୁର ଅଞ୍ଚଳରେ ଥିବା ମଦ ଦୋକାନ, ବିଭିନ୍ନ ଛକ ଓ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ତଥ୍ୟ ସଂଗ୍ରହ କରିଛି । ଏହି ଘଟଣାର ତଦନ୍ତ ଶୀଘ୍ର ଶେଷ କରି ଅଦାଲତରେ ଅଭିଯୋଗଫର୍ଦ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଉଦ୍ୟମ କରାଯାଉଛି ା ମାମଲାର ବିଚାର ଫାଷ୍ଟଟ୍ରାକ ଅଦାଲତରେ କରାଯିବ ବୋଲି ଜଣାପଡିଛି ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଆକ୍ସନ ନେବେ ଉପମୁଖ୍ୟମନ୍ତ୍ରୀ…..