ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଅଭୟ । ପୋଲିସ ମୁଖ୍ୟାଳୟ ପକ୍ଷରୁ ଏନେଇ ପ୍ରେସ୍ ରିଲିଜ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପିଏସ୍ ଥିଲେ ଚିତ୍ତରଞ୍ଜନ । କିଛି ଦିନ ତଳେ ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ଜବତ ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଉ ଏବେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି | ସେହିପରି ମଙ୍ଗଳବାର ଦିନ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠା ନେବା ପାଇଁ ଚିତ୍ତଙ୍କ ପରିବାର ଓ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ନିଜେ ପୁରୀ ଏସ୍ପିଙ୍କ ସାକ୍ଷାତ କରିଥିଲା । ଘଟଣାର ତଦନ୍ତ ପରିବାରକୁ ନ୍ୟାୟ ମଧ୍ୟ ଦାବି କରିଥିଲେ ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..