ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଗତକାଲି ସନ୍ଧ୍ୟାରେ ଏକ ମୃତଦେହ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତକ ଜଣକ ପୁରୁଷ ବୋଲି ଜଣାପଡ଼ିଛି। ମଞ୍ଚେଶ୍ୱର ବରିମୁଣ୍ଡ ଛକ ବାଲିଯାତ୍ରା ପଡ଼ିଆ କୁଆଖାଇ ପଠାରେ ବାଲିରେ ମୃତଦେହ ପୋତା ଯାଇଥିଲା ଓ କେବଳ ହାତ ଦେଖା ଯାଉଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୋଲିସ୍କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍ ଗତକାଲି ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରି ଥିବାବେଳେ ଆଜି ବାଲି ତଳୁ ମୃତଦେହକୁ କରିଥିଲା।ମୃତଦେହ ଉଦ୍ଧାର ପରେ ଏହା ଜଣେ ପୁରୁଷଙ୍କର ବୋଲି ସ୍ପଷ୍ଟ ହୋଇଛି। କମିଶନରେଟ୍ ପୋଲିସ ଏବଂ ସାଇଣ୍ଟିିଫିକ୍ ଟିମ୍ଘ ଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ ସହ ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ପରିଚୟ ମିଳିନଥିବା ବେଳେ କେମିତି ତାଙ୍କ ମୃତ୍ୟୁ ହେଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଯେହେତୁ ତିନି ଚାରି ଦିନ ହେବ ବାଲି ତଳେ ଏହା ପୋତାତି ହୋଇ ରହିଥିଲା ତେଣୁ ମୃତଦେହ ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେବ ବୋଲି ପୋଲିସ କହିଛି। ଗତକାଲି ସନ୍ଧ୍ୟାରେ ନଦୀ ପଠାରେ ଅଜଣା ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲା।ମୃତଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ତେଣୁ ସନ୍ଦେହ କରାଯାଉଛି ସମ୍ପୃକ୍ତ ବ୍ୟକ୍ତିଙ୍କ ତଣ୍ଟି ଚିପି କିମ୍ବା ଶ୍ୱାସରୁଦ୍ଧ ନଚେତ୍ ବିଷ ଦିଆଯାଇ ହତ୍ୟା କରାଯାଇଥାଇପାରେ। କିନ୍ତୁ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ମୃତଦେହକୁ ଦେଖିଲେ ଏହା ୨୫ରୁ ୩୦ ବର୍ଷର ଜଣେ ଯୁବକଙ୍କର ବୋଲି ଅନୁମାନ କରାଯାଉଛି।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..