ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରୁ ଅପହରଣକରି ମଧ୍ୟପ୍ରଦେଶରେ ହତ୍ୟା ରାଜସ୍ଥାନରୁ ମିଳିଲା ମୃତ ଦେହ । ଏଭଳି ଲୋମହର୍ଷଣ କାରୀ ହତ୍ୟା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ରିପୋର୍ଟ ଅନୁସାରେ- ମୃତ ଦୁଇଜଣ ୟୁପିର ପ୍ରେମୀ ଯୁଗଳ ହୋଇଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶର ଏକ ଦମ୍ପତିଙ୍କୁ ଦିଲ୍ଲୀରୁ ଅପହରଣ କରି ପରେ ମଧ୍ୟପ୍ରଦେଶକୁ ନିଆଯାଇ ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ, ଝିଅର ଶବକୁ ରାଜସ୍ଥାନକୁ ନିଆଯାଇ ସେଠାରେ ଫୋପାଡି ଦିଆଯିଛି । ଏହି ଜଘନ୍ୟ ଅପରାଧ ଘଟାଇଥିବାରୁ ପୋଲିସ ଝିଅର ପରିବାର ସଦସ୍ୟଙ୍କୁ ଗିରଫ କରିଛି। ପୋଲିସ ଦାବି କରିଛି ଯେ ଝିଅର ପରିବାର ସଦସ୍ୟ ମଧ୍ୟ ଏହି ଅପରାଧ ସ୍ୱୀକାର କରିଛନ୍ତି। ପୁଅ ଏବଂ ଝିଅ ଉତ୍ତରପ୍ରଦେଶର ରହୁଥିଲେ ଏବଂ ସେମାନେ ପଡ଼ୋଶୀ ଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କିନ୍ତୁ ସେମାନଙ୍କ ପରିବାର ସଦସ୍ୟ ଏହି ସମ୍ପର୍କ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଉଭୟ ନିଜ ପରିବାର ସଦସ୍ୟଙ୍କୁ ଏହି ସମ୍ପର୍କ ପାଇଁ ମନାଇବାକୁ ଅନେକ ଥର ଚେଷ୍ଟା କରି ବିଫଳ ହୋଇଥିଲେ | ଏହା ପରେ, ଜୁଲାଇ ୩୧ ରେ, ଦମ୍ପତି ଘରୁ ବାହାରିବା ପରେ ହଠାତ୍ ନିଖୋଜ ହୋଇଯାଇଥିଲେ। ଏହାର କିଛିଦିନ ପରେ ପରିବାର ଲୋକେ କୌଣସି ମତେ ଖବର ପାଇ ଉଭୟଙ୍କୁ ଦିଲ୍ଲୀରୁ ଅପହରଣ କରିନେଥିଲେ। ଘର ଲୋକେ ଦିଲ୍ଲୀରେ ଲଭ୍ ବାର୍ଡଙ୍କୁ ଗାଡ଼ରେ ବସାଇ ସିଧା ମଧ୍ୟପ୍ରଦେଶର ଭିଣ୍ଡକୁ ଅଞ୍ଚଳକୁ ଅପହରଣ କରି ନେଇଯାଇଥିଲେ । ପୁଣି ଭିଣ୍ଡରୁ ଗ୍ୱାଲିୟର ନେଉଥିବା ବେଳେ ବାଟରେ ପ୍ରେମିକକୁ ଆକ୍ରମଣ କରିଥିଲେ ଅଭିଯୁକ୍ତ। ପ୍ରେମିକକୁ ହତ୍ୟା କରିବା ସହିତ ତାଙ୍କ ଯୌନାଙ୍ଗକୁ ଛୁରିରେ କାଟି ଦେଇଥିଲେ। ଆଟ୍ରି ପୋଲିସ ଷ୍ଟେସନ ଅଧିନରେ ଆସୁଥିବା ଏବଂ ଝାନ୍ସିକୁ ସଂଯୋଗ କରୁଥିବା ରାସ୍ତାରେ ହିଁ ଏହି ହତ୍ୟାକାଣ୍ଡ ହୋଇଥିଲା । ଏହାପରେ ରାଜସ୍ଥାନ ପୋଲିସ ନାବାଳିକାର ମୃତଦେହକୁ ଢୋଲପୁର ଅଞ୍ଚଳରୁ ଉଦ୍ଧାର କରିଥିଲା। ଏକ ହଳଦିଆ ପ୍ଲାଷ୍ଟିକ୍ ରସିରେ ନାବାଳିକାର ଗଳାକୁ ଭିଡ଼ି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ମୃତ ଯୁବକଙ୍କ ଘର ୟୁପି ଫିରୋଜାବାଦ୍ ସିର୍ସାଗଞ୍ଜ ପୋଲିସ ଷ୍ଟେସନ୍ ଜାହାଙ୍ଗୀରପୁରରେ ହୋଇଥିବା ଜଣାପଡ଼ିଛି । ସେ ତାଙ୍କର ପଡ଼ୋଶୀ ଘରର ଜଣେ ନାବାଳିକାକୁ ନେଇ ଫେରାର ହୋଇଯାଇଥିଲା। ପୋଲିସ ଅଗଷ୍ଟ ୫ ତାରିଖରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିବା ବଳେ ଯୁବକଙ୍କ ବାପା ଅଗଷ୍ଟ ୧୦ ତାରିଖରେ ପୁଅ ନିଖୋଜ ହେବା ନେଇ ଥାନାରେ ରିପୋର୍ଟ କରିଥିଲେ। ଏପଟେ ପୋଲିସ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି। ତେବେ ରାଜସ୍ଥାନରେ ନାବାଳିକାର ମୃତଦେହ ଉଦ୍ଧାର କରିବା ପରେ ପୋଲିସର ସନ୍ଦେହ ବଢ଼ିଥିଲା। ଉଭଯ ପ୍ରାୟ ସମାନ ବୟସର ହୋଇଥିବା ବେଳେ ଦୁଇଟି ଅଲଗା ଅଲଗା ରାଜ୍ୟରୁ ମୃତଦେହ ମିଳିବା ପୋଲିସର ସନ୍ଦେହ ବଢ଼ାଇଥିଲା। ଯେତେବେଳେ ପୋଲିସ ନାବାଳିକାଙ୍କ ପରିବାର ଲୋକଙ୍କର ଲୋକସନ ଯାଞ୍ଚ କରିଥିଲା ସେତବେଳେ ଜଣାପଡ଼ିଥିଲା ଯେ, ସେମାନେ ପ୍ରଥମ ଦିଲ୍ଲୀ-ଭିଣ୍ଡ-ଗ୍ୱାଲିୟର ଏବଂ ଡୋଲପୁର ଯାଇଛନ୍ତି । ପୋଲିସର ସନ୍ଦେ କରି ଝିଅ ଘର ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କୁ ହେପାଜତକୁ ନେଇଥିଲା ପୋଲିସ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..