ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଖୋଳତାଡ ଜାରି ରଖିଛି ଦୁର୍ଗାପୁର ପୁଲିସ । ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଆଜି ପୋଲିସ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି । ଜଣେ ଅଭିଯୁକ୍ତକୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ ପହଞ୍ଚି କ୍ରାଇମ୍ ସିନ୍ ରିକ୍ରିଏସନ୍ କରୁଛି ପୋଲିସ ଟିମ୍ । ଏହି ସମୟରେ ଦୁର୍ଗାପୁର ଡିସିପି ଓ ତଦନ୍ତକାରୀ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଦୁର୍ଗାପୁର ପୋଲିସ । ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା କହିଛନ୍ତି ଦୁର୍ଗାପୁର ପୋଲିସ କମିଶନର । ଡିସିପି ପୀଡିତାଙ୍କ ବାପାଙ୍କ ସହ କଥା ହୋଇ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତାଙ୍କ ପରିବାର ସହ ପୁଲିସ ରହିଛି, ସମସ୍ତ ସହଯୋଗ ଦିଆଯିବ ବୋଲି କମିଶନର କହିଛନ୍ତି ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……