ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ରିମାଣ୍ଡରେ ଯିବେ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗିରଫ ଶର୍ମିଷ୍ଠା ରାଉତ । କୋର୍ଟ ଶର୍ମିଷ୍ଠା ରାଉତଙ୍କ ସହ ୪ ଜଣଙ୍କୁ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଛନ୍ତି । ଖବର ଅନୁଯାୟୀ, ସୋମବାର ଦିନ ଗିରଫ ପରେ ଚାନ୍ଦବାଲି ଏସ.ଡି.ଜେ.ଏମ. କୋର୍ଟରେ ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ହାଜର କରାଯାଇଥିଲା। ଶର୍ମିଷ୍ଠା ସହିତ ଏହି ମାମଲାରେ ଗିରଫ ହୋଇଥିବା ମୋଟ ୭ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବା ଲାଗି କ୍ରାଇମ ବ୍ରାଞ୍ଚ ଆବେଦନ କରିଥିଲା। ତେବେ କେବଳ ୪ ଜଣଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏମାନେ ହେଲେ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ। ଆଜିଠୁ ୫ ଦିନିଆ ରିମାଣ୍ଡ ଆରମ୍ଭ ହେବ। ଏହା ପରେ ଏପ୍ରିଲ ୩ ତାରିଖ ଦିନ ୩ଟା ବେଳେ ଏମାନଙ୍କୁ କୋର୍ଟରେ ହାଜର କରିବା ଲାଗି କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଗତକାଲି ବିଚାର ବିଭାଗୀୟ ହାଜତରେ ରାତି କାଟିଛନ୍ତି ଶର୍ମିଷ୍ଠା।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….