Report Card Odisha

| Daily Odia News

ଭରତପୁର ପୋଲିସ ବିରୋଧରେ ମାମଲା ରୁଜୁ,ନିଲମ୍ବିତ ଆଇଆଇସିଙ୍କୁ ଜେରା…..

ରିପୋର୍ଟ କାର୍ଡ /ଭୁବନେଶ୍ୱର

ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟମାନଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିବା ସୂଚନା ମିଳିଛି। ଘଟଣା ଦିନ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ସହ କଣ ଘଟିଥିଲା,ପୋଲିସର ବ୍ୟବହାର କିଭଳି ରହିଥିଲା ଏସବୁର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ମେଜରଙ୍କ ଏତଲା ପରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ସୂଚନା ଅନୁସାରେ ମେଜରଙ୍କ ଅଭିଯୋଗ ଥିଲା ଯେ ୧୫ ତାରିଖ ପଥରଗାଡିଆ ରାସ୍ତାରେ ତାଙ୍କ ବାନ୍ଧବୀ ଓ ଭରତପୁର ଥାନାରେ ତାଙ୍କ ସହ କଣ ଘଟିଥିଲା। ପଥରଗାଡିଆ ନିକଟରେ ୧୦ରୁ ୧୨ଜଣ ଦୁର୍ବୃତ୍ତ ଆସି ଦୁର୍ବ୍ୟବହାର କରିଥିଲେ। ଗାଡି ଅଟକାଇବା ସହ ହାତାହାତି ହେବା ସହ ଆକ୍ରମଣ କରିଥିଲେ ଏବଂ ଧମକ ଦେଇଥିଲେ। ଅଭିଯୋଗରେ ଗୋଟିଏ କାରର ରେଜିଷ୍ଟ୍ରେସନ ନମ୍ବର ବି ଉଲ୍ଲେଖ କରିଛନ୍ତି। ଏହାପରେ ଭରତପୁର ଥାନାକୁ ଯାଇ ଅଭିଯୋଗ କରିବାକୁ କହିବା ପରେ ତାଙ୍କ ସହ କଣ ଘଟିଥିଲା ପୁରା ଘଟଣା ବଖାଣିଛନ୍ତି। ଘଟଣା ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ନିବେଦନ କରିଛନ୍ତି ଗୁରୁବଂଶ। ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ତଦନ୍ତ ଜୋରଦାର କରିଛି।

Breaking News