ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ଗାଧୋଇବା ବେଳେ କୁମ୍ଭୀର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି | ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଞ୍ଚାୟତର ସିଙ୍ଗିଡ଼ି ଗାଁରେ। ମୃତକ ଜଣଙ୍କ ହେଲା ସନାତନ ସାମଲ। ମଙ୍ଗଳବାର ରାତିରେ ସିଙ୍ଗିଡ଼ି ଗାଁର ସନାତନ ସାମଲ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ଘର ଲୋକେ ଖୋଜିବା ବେଳେ ପୋଖରୀ ନିକଟରେ ତାଙ୍କ ଚପଲ ଓ ସାଇକେଲ ପଡ଼ିଥିବାର ଦେଖିବାକୁ ପାଇଥିଲେ। ହେଲେ ସନାତଙ୍କ ପତା ମିଳିନଥିଲା। ପରିବାର ଲୋକ ନିରାଶରେ ଘରକୁ ଫେରିଥିଲେ। ଆଜି ସକାଳେ ପୋଖରୀ ନିକଟରେ ସନାତନଙ୍କୁ କୁମ୍ଭୀର ଖାଉଥିବାର ଗାଁ ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳରେ ରାଜକନିକା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..