ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଭିତର ଓ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ମାନଙ୍କର ଗଣନା କରାଯିବ । ଏହି ଗଣନାରେ ୨୨ଟି ଟିମ ନିୟୋଜିତ ହେବା ସହିତ ପ୍ରତି ଟିମରେ ୪ ରୁ ୫ ଜଣ କର୍ମଚାରୀ ରହିବେ । ତେବେ ଏହା ପୂର୍ବରୁ ଗଣନାରେ ନିୟୋଜିତ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । କୁମ୍ଭୀର ଗଣନା ପାଇଁ ଗତ ୨ ତାରିଖରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ କରାଯାଇଛି । ଜାନୁଆରୀ ୨୦୨୧ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକାରେ ୧ ହଜାର ୭୬୮ଟି ବଉଳା କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଆହୁରି ସଂଖ୍ୟା ବଢିବା ନେଇ ଆଶା ରଖିଛି ବନ ବିଭାଗ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..