ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଇଲା ସଙ୍କଟ ନାହିଁ । କିଛି ଦିନ ତଳେ ଓଡିଶାର ପାଓ୍ୱାର ଜେନେରେସନ୍ ନେଇ ସମୀକ୍ଷା ହୋଇଥିଲା | ଏନେଇ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଯେପରି ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି ବା କୋଇଲା ପହଞ୍ଚି ପାରୁନି । ସେ ଭଳି ସ୍ଥିତି ଓଡ଼ିଶାରେ ନାହିଁ। କାରଣ ରାଜ୍ୟରେ ସମସ୍ତ କୋଇଲା ଖଣି ଅଛି। ଓଡ଼ିଶାର ସବୁ ପାଓ୍ୱାର ପ୍ଲାଣ୍ଟ ଗୁଡିକୁ ପର୍ଯ୍ୟାପ୍ତ କୋଇଲା ଯୋଗାଇବାକୁ ଏମ୍ସିଏଲ୍ ଏମ୍ଡିଙ୍କ ସହ ମୁଁ କଥା ହୋଇଛି । ଏଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ରାଜ୍ୟ ସରକାର ଲଗାତର ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..