Report Card Odisha

| Daily Odia News

ହାଇକୋର୍ଟରେ ରିପୋର୍ଟ ଦାଖଲ ଅଗ୍ନିଶମ ଡିଜି….

ରିପୋର୍ଟ କାର୍ଡ / କଟକ

କଟକ ଏସ୍‌ସିବି ମେଡିକାଲର ଅଗ୍ନି ନିରାପତ୍ତାକୁ ନେଇ ଉଠିଲା ପ୍ରଶ୍ନ। ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଏସ୍‌ସିବି ଅଧିକ୍ଷକ ଡ଼ଃ ସୁଧାଂଶୁ ଶେଖର ମିଶ୍ର ଓ ଆରଏଣ୍ଡ ବି ଅଧିକ୍ଷଣ ଯନ୍ତ୍ରୀ ପିକେ ମାଝୀ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଅଗ୍ନିଶମ ଡିଜି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ଏସ୍‌ସିବିରେ ଫାୟାର ଆଲାର୍ମ ଓ ଅଗ୍ନି ନିର୍ବାପକ କାମ ୩ ମାସ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି। ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକୀୟ ଅତିରିକ୍ତ ନିର୍ମାଣ କାମ ୬ ମାସ ମଧ୍ୟରେ ଶେଷ ହେବ ବୋଲି ସମୟ ନେଇଛନ୍ତି ଅଗ୍ନିଶମ ଡିଜି। ଏସସିବି ମେଡିକାଲର ସମୁଦାୟ ୮୭ଟି ବିଲଡିଂ ମଧ୍ୟରୁ ୬୪ଟି କୋଠାର ଅଗ୍ନି ନିରାପତ୍ତା ପାଇଁ ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ୧୪ଟି ପ୍ରୋଜେକ୍ଟ ପାଇଁ ସରକାରୀ ଅନୁମୋଦନକୁ ଅପେକ୍ଷା କରାଯାଇଛି ବୋଲି ଡିଜି ରିପୋର୍ଟରେ ଦର୍ଶାଇଛନ୍ତି। ୮ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ସହିତ କାମର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ଅଗ୍ନିଶମ ଡିଜିଙ୍କୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Breaking News