Report Card Odisha

| Daily Odia News

ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ…..

ରିପୋର୍ଟ କାର୍ଡ / କଟକ

ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ। ଅତି ଆବଶ୍ୟକକୁ ଦୃଷ୍ଟିରେ ରଖି ଅନୁମତି ଦେଇଥିଲା ବିଭାଗ। ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଏଭଳି ବିଜ୍ଞପ୍ତି ଜାରି କରାଯାଇଥିଲା। ରହିତାଦେଶ ଜାରି ସତ୍ତ୍ୱେ ଖଣି ବିଭାଗ ବିଜ୍ଞପ୍ତି ଜାରି କରିଥିବାରୁ ଶୁଣାଣି ବେଳେ କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ। ବିଜ୍ଞପ୍ତି ଉପରେ ସାମୟିକ ଭାବେ ରହିତାଦେଶ ଲଗାଇବା ସହ ପେବ୍ରୁଆରୀ ପ୍ରଥମ ସପ୍ତାହରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ଶୁଣାଣି ବେଳେ କଟକର କିଛି ବାଲିଘାଟର ଉଦାହରଣ ଦେବା ସହ ସାରାରାଜ୍ୟରେ ବାଲିଉଠାଣ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ।

Breaking News