ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପିଜି ପାଇଁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିିକା ପରୀକ୍ଷା ତାରିଖ ଘୋଷଣା ହୋଇଛି । ସେପ୍ଟେମ୍ବର ୧ ରୁ ୭ ଓ ୯ରୁ ୧୧ ଯାଏଁ ହେବ ପରୀକ୍ଷା । ଖୁବଶୀଘ୍ର ଆଡମିଟ୍ କାର୍ଡ ଜାରି କରାଯିବ ବୋଲି ୟୁଜିସି ଅଧ୍ୟକ୍ଷ କହିଛନ୍ତି । ଅନ୍ୟପଟେ ଗତକାଲିଠୁ ରାଜ୍ୟରେ ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା । ପ୍ରତିଦିନ ତିନୋଟି ସେସନ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସେସନ ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦, ଦ୍ବିତୀୟ ସେସନ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏବଂ ତୃତୀୟ ସେସନ୍ ୩ଟାରୁ ୪ଟା ୩୦ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..