Report Card Odisha

| Daily Odia News

ବାଲେଶ୍ଵରରେ କର୍ଫ୍ୟୁ କଟକଣା ୧୨ ଘଣ୍ଟାକୁ ବୃଦ୍ଧି…..

ରିପୋର୍ଟ କାର୍ଡ / ବାଲେଶ୍ଵର

ବାଲେଶ୍ଵରରେ ସ୍ଥିତିସୁଧାର ଆସୁଥିବା ବେ​‌ଳେ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟ କ୍ରମେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରାଯାଉଛି। ସହର​‌ରେ ସମସ୍ତ ପ୍ରକାର ଇଣ୍ଟରନେଟ୍ ସେବା କାର୍ଯ୍ୟକ୍ଷମ ଥିବାବେଳେ ସହଦେବଖୁଣ୍ଟା ଓ ଟାଉନ ଥାନା ଅନ୍ତର୍ଗତ କର୍ଫ୍ୟୁ ଅଞ୍ଚଳରେ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଆଜି ଖୋଲିଥିବା ଲକ୍ଷ୍ୟ କରାଯାଇଛି। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁ ପୂର୍ବଭଳି ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କୋହଳ ରହିବ ବୋଲି ନୂଆ ମାର୍ଗଦର୍ଶିକାରେ ଉପ-ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଉଲ୍ଲେଖ କରିଛନ୍ତି। ମାତ୍ର ଟାଉନ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ସମୟକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କୋହଳ ଥିଲା। ନୂଆ ମାର୍ଗଦର୍ଶିକାରେ ଏହାକୁ ସକାଳ ୫ଟାରୁ ଅପରାହ୍ଣ ୫ଟା ଅର୍ଥାତ କୋହଳ ସମୟ ୧୨ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହି ସମୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ ଖୋଲି ସ୍ବାଭାବିକ କାରବାର କରିପାରିବେ। ଗୋଷ୍ଠୀ କନ୍ଦଳକୁ ନେଇ ଆଉ କୌଣସି ନୂଆ ମାମଲା ରୁଜୁ ହୋଇନାହିଁ କିମ୍ବା କାହାରିକୁ ଗିରଫ କରାଯାଇ ନଥିବା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି।

Breaking News