ରିପୋର୍ଟ କାର୍ଡ / କଟକ
କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସବୁ ଜଳିଯାଇଛି। ହେଲେ କାହାର କିଛି କ୍ଷତି ହୋଇ ନାହିଁ। ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଆଜି ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ନିଆଁଟି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଉପରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ବିଲ୍ଡିକୁ ଯେପରି ନିଆଁ ନ ବ୍ୟାପିବ ସେନେଇ ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଛନ୍ତି।
More Stories
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ…..
ଶ୍ରୀମନ୍ଦିରକୁ ଏକକାଳୀନ ୫କୋଟି ଦାନ କଲେ ଶ୍ରଦ୍ଧାଳୁ….
ରାଜ୍ୟରେ ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ଆୟୋଜନ ହେବ:ମୁଖ୍ୟମନ୍ତ୍ରୀ…..