ରିପୋର୍ଟ କାର୍ଡ / କଟକ
କଟକ ଯୋବ୍ରା ନିକଟରେ ୩ ସାଙ୍ଗ ବୁଡ଼ିଯିବା ଘଟଣାରେ ତୃତୀୟ ନାବାଳକଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି | ମୃତ ବାଳକଙ୍କ ନାଁ ଏମ୍.ଡି ସାଦ୍ଦିନ ବୋଲି ଜଣାପଡ଼ିଥିବା ବେଳେ ଗୁରୁଦ୍ବାର ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଗତ ରବିବାର ଦିନ ଯୋବ୍ରା ନିକଟରେ ୩ ସାଙ୍ଗ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ । ଏନେଇ ଉଦ୍ଧାକାରୀ ଦଳ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା । ସେହିଦିନ ଅର୍ଥାତ ରବିବାର ଜଣେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କାରାଯାଇଥିଲା । ଉଦ୍ଧାର ପରେ ନାବାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା । ପରେ ଗତକାଲି ଆଉ ଜଣେ ନାବାଳକ ଆୟୂର ଖାନଙ୍କ ମୃତଦେହ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଟିମ୍ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..