Report Card Odisha

| Daily Odia News

କଟକ ବାଲିଯାତ୍ରାରେ ବିଦ୍ୟୁତ ଆଘାତଲାଗି ନାବାଳକ ମୃତ…..

ରିପୋର୍ଟ କାର୍ଡ / କଟକ

କଟକ ବାଲିଯାତ୍ରାରେ ଅଘଟଣ ଘଟିଯାଇଛି। ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ନାବାଳକ ମୃତ ହୋଇଛି। ଲିଚୁ ଲାଇଟ ଧରିଦେବାରୁ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରବିବାର ସେ ସାଙ୍ଗମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଆସିଥିଲେ। ନାବାଳକଙ୍କୁ ବିଦ୍ୟୁତ ଆଘାତ ଲାଗିବା ପରେ ଗୁରୁତର ଅବସ୍ଥାରେ ନାବାଳକଙ୍କୁ କଟକ ଏସସିବି ମେଡ଼ିକାଲକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଯୁକ୍ତ ଦୁଇ ଛାତ୍ର ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବାକୁ ଆସିଥି​‌ଲେ। ମୃତକ ଛାତ୍ରଙ୍କ ବୟସ ୧୭ ବର୍ଷ ଏବଂ ସେ କଟକ ତୁଳସୀପୁରସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ଯୁକ୍ତ ଦୁଇ ଛାତ୍ର। ଶିଶୁମନ୍ଦିର ଶିକ୍ଷକଙ୍କ କହିବା ଅନୁଯାୟୀ ନାବାଳକ ଜଣକ ହଷ୍ଟେଲରେ ରହୁଥିଲେ ଏବଂ ଆଜି ତାଙ୍କ ଭାଇଙ୍କ ସହ ହଷ୍ଟେଲରୁ ଆସିଥିଲେ। ଭାଇ ହଷ୍ଟେଲରେ ଛାଡ଼ିବା ପରେ ନାବାଳକ ସହପାଠୀମାନଙ୍କ ସହ ବାଲିଯାତ୍ରା ବୁଲିବାକୁ ଯାଇଥିଲେ ବୋଲି କୁହାଯାଉଛି। ବାଲିଯାତ୍ରାରେ ବୁଲୁଥିବାବେଳେ ନାବାଳକଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଏବଂ ସହପାଠୀମାନେ ତାଙ୍କୁ ମେଡ଼ିକାଲକୁ ଆଣିଥିଲେ। ମୃତ ଛାତ୍ରଙ୍କ ନାମ ବିଶ୍ବ ପ୍ରକାଶ ମନ୍ଥନ, ଘର ଜଗତସିଂହପୁର ଅଞ୍ଚଳରେ। କଟକ ତୁଳସୀପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ଯୁକ୍ତ ୨ ଛାତ୍ର। ସେ ହଷ୍ଟେଲରେ ରହୁଥିବା ବେଳେ ବାଲିଯାତ୍ରା ବୁଲିବାକୁ କାହା ସାଙ୍ଗରେ ଓ କିପରି ଆସିଥିଲେ ଜଣାପଡିନାହିଁ। ତେବେ ପୋଲିସ ଘଟଣାର ତଦନ୍ତ କରୁଛି ।

Breaking News