ରିପୋର୍ଟ କାର୍ଡ / ଭୁବନେଶ୍ଵର
କଟକ-ଭୁବନେଶ୍ଵରରେ କରୋନା ସ୍ଥିତି ଅଣାୟତ୍ତ। ଟ୍ୱିନ-ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି। ରାଜଧାନୀ ଭୁବନେଶ୍ଵରରେ ଜଣେ ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛନ୍ତି। ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ଵରରେ ସଂକ୍ରମଣ ବଢୁଛି। ରାଜ୍ୟରେ ଏହି ଦୁଇ ସହରରେ ସଂକ୍ରମଣ ଆହୁରି ବଢ଼ିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଜଣେ ଲୋକ ଅତି କମରେ ୨ ଶହ ଲୋକଙ୍କୁ ସଂକ୍ରମିତ କରିପାରିବ ବୋଲି ସେ କହିଛନ୍ତି। ଅନ୍ୟପଟେ ରାଜଧାନୀ ଭୁବନେଶ୍ଵରରେ ଆଗାମୀ ଦିନରେ ଉପୁଜିବାକୁ ଥିବା ଖରାପ ସ୍ଥିତିର ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ ହେଉଥିବା କହିଛନ୍ତି ଏହାର କମିଶନର। ସେ କହିଛନ୍ତି, ଭୁବନେଶ୍ଵରରେ ସଂକ୍ରମଣ ବଢ଼ି ଚାଲିଛି, କିନ୍ତୁ ଲୋକେ ସଚେତନ ହେଉନାହାନ୍ତି। ଲୋକଙ୍କ ଠାରେ ଜ୍ୱର ରହିଛି , କିନ୍ତୁ ଲୋକ ଟେଷ୍ଟ କରୁନାହାନ୍ତି | ଲୋକ ସହଯୋଗ ନ କଲେ କି ନିୟମ ନ ମାନିଲେ କଡ଼ା ପଦକ୍ଷେପ ନିଆଯିବ। କଣ୍ଟେନମେଣ୍ଟ ଜୋନ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି। ଆମ ପାଖରେ ୩ ହଜାର ବେଡ୍ ଅଛି। ୧୦ ଦିନରେ ଆଉ ୩ ହଜାର ମିଶିବ। ୩ ହଜାରରୁ ୫୦% ବେଡ୍ ଖାଲି ଅଛି। ୮୫% ଲୋକ ହୋମ୍ କ୍ବାରେଣ୍ଟାଇନରେ ରହିଛନ୍ତି ବୋଲି କମିଶନର କହିଛନ୍ତି।






More Stories
ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ…..
ମଧୁ ବାବୁ ପେନ୍ସନ୍ ଯୋଜନାର ଆବେଦନ ଯାଞ୍ଚ ପାଇଁ ନିର୍ଦ୍ଦେଶ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……