ରିପୋର୍ଟ କାର୍ଡ / କଟକ
କଟକ ଜିଲ୍ଲାପାଳ ଜାରି କଲେ ଗିରଫ ପରୱାନା । ରାଷ୍ଟ୍ରପତିଙ୍କ କଟକ ଗସ୍ତ ଉପଲକ୍ଷେ ଆବଶ୍ୟକ ହେଉଥିବା ଗାଡ଼ି ଗୁଡ଼ିକ ଆଜି କାର୍ଯ୍ୟରେ ଯୋଗନଦେବାରୁ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୧୧ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କଟକ ଗସ୍ତରେ ଆସିବେ। ସେ ଆଇସିଏଆରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି। ଏଥିପାଇଁ ଗାଡ଼ି ଆବଶ୍ୟକ ଥିବାରୁ କଟକ ଜିଲ୍ଲାପାଳ ପଞ୍ଜିକରଣ ନଂ. OD 01T-3033, OD 02 AS-2565, OD 02BE-8822, OD 02 BP-4167 ଓ OD 02 AC-4250 କୁ ଆଜି କାର୍ଯ୍ୟାଳୟରେ ଯୋଗଦେବାକୁ କୁହାଯାଇଥିଲା। ମାତ୍ର ଉପରୋକ୍ତ ଗାଡ଼ି ଗୁଡ଼ିକ ଯୋଗଦାନ କରିନଥିଲେ। ଯେଉଁଥିପାଇଁ ଉକ୍ତ ଯାନ ଗୁଡିକର ମାଲିକଙ୍କ ବିରୋଧରେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀ ଗିରଫ ପରୱାନା ଜାରି କରିଛନ୍ତି। ସେମାନଙ୍କ ବିରୋଧରେ ଅନ୍ୟାନ୍ୟ ଆଇନ୍ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଇଂ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..