ରିପୋର୍ଟ କାର୍ଡ / କଟକ
ଥମିବାର ନାଁ ନେଉନି ଅନୁଭାବ-ବର୍ଷାଙ୍କ ବିବାଦ | ବିବାହ ବିଚ୍ଛେଦ ମାମଲାରେ ଶୁକ୍ରବାର କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ । ଉଭୟ ୧୫ ମିନିଟ୍ ଧରି କୋର୍ଟରେ ରହିଥିଲେ । ବିବାହ ବିଚ୍ଛେଦ ମାମଲାର ଆପୋଷ ବୁଝାମଣା କରିବା ପାଇଁ ଫ୍ୟାମିଲ କୋର୍ଟଙ୍କୁ ଉଭୟଙ୍କୁ ଡକା ଯାଇଥିଲା । ତେବେ ପ୍ରଥମ ଥର ପାଇଁ ବର୍ଷା ଆଜି କୋର୍ଟରେ ହାଜର ହୋଇଛନ୍ତି । ଆଗରୁ ଅନୁଭବ ୩ ଥର ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି, କିନ୍ତୁ କୌଣସି ଅସୁବିଧା କାରଣରୁ ବର୍ଷା ଆସି ପାରିନଥିଲେ । ଆଜି ପ୍ରଥମ ଥର ପାଇଁ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ବିବାହ ବିଚ୍ଛେଦ ମାମଲାରେ ଫ୍ୟାମିଲ କୋର୍ଟ ପ୍ରଥମେ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିଲେ । ଏବଂ ଏହି ପରାମର୍ଶ ମୁତାବକ ଉଭୟଙ୍କୁ ଫ୍ୟାମିଲି କୋର୍ଟଙ୍କୁ ଡକାଯାଉଛି ।
ଆଜି ଉଭୟ ସାମ୍ନା ସାମ୍ନି ବସିଥିଲେ, ଅନୁଭବ କହିଥିଲେ, ସେ ବିବାହ ବିଚ୍ଛେଦ ଚାହାନ୍ତି କିନ୍ତୁ ବର୍ଷା ବିବାହ ବିଚ୍ଛେଦ ଚାହୁଁନଥିବା ଶୁଣିବାକୁ ମିଳିଛି । କିଛି ସମାଧାନ ହୋଇନଥିବା ବେଳେ ପୁଣି ଉଭୟଙ୍କୁ ଆସନ୍ତା ୧୪ ତାରିଖରେ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ ସମୟ ଧାର୍ଯ୍ୟ ହୋଇଥିବା ନେଇ ଜଣା ପଡିଛି | ସୂଚନା ଯୋଗ୍ୟକି -ଗତକାଲି ଅନୁଭବ, କଟକ ପୁରୀଘାଟ ଥାନା ବର୍ଷା ବିରୋଧରେ ଅଭିଯୋଗ କରି କହିଥିଲେ | ଅଭିଯୋଗରେ ଦର୍ଶାଇଥିଲେ କି ବର୍ଷା ଅନୁଭବଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି |
More Stories
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..