ରିପୋର୍ଟ କାର୍ଡ / କଟକ
କଟକ ବିଡାନସି ଭୁଆଶୁଣି ପଠା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏନେଇ କଟକ ଡିସିପି ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି । କହିଛନ୍ତି କି ବିହାରୀ ମିସ୍ତ୍ରୀ ଆଜାଦ ଯାଦବଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ପରକିୟା ପ୍ରୀତି ଯୋଗୁ ଘଟିଥିଲା ଏହି ହତ୍ୟାକାଣ୍ଡ । ଏମିତିକି ଆଜାଦ ଯାଦବଙ୍କୁ ହତ୍ୟା ପାଇଁ ଦିଆଯାଇଥିଲା ୨୦ ହଜାର ଟଙ୍କା । ଏବେ ଘଟଣାର ତଦନ୍ତ ଆରମ୍ଭ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ବିଡାନାସୀ ପୋଲିସ । ୨ ଅଭିଯୁକ୍ତ ହେଲେ-ମୁନିଲାଲ୍ ଶର୍ମା ଏବଂ କୈଳାସ ଚୌଧୁରୀ । ଗିରଫ ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ କରିଛି ପୋଲିସ । ସେପଟେ ଅନ୍ୟ ଜଣେ ଅନ୍ୟ ଜଣେ ଅଭିଯୁକ୍ତ ପଙ୍କଜ ଶର୍ମା ଏବେବି ଫେରାର୍ ଅଛନ୍ତି । ତାକୁ ଧରିବା ପାଇଁ କମିଶନ୍ରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଅଭିଯୁକ୍ତକୁ ଧରିବା ପାଇଁ ଚଢାଉ ମଧ୍ୟ ହେଉଛି ।
More Stories
ଶିଶୁ ବାଟିକାରୁ ଦଶମ ୨୦ରୁ ମଧ୍ୟାହ୍ନ ଭୋଜନ…..
ଝାଡାବାନ୍ତି ପାଇଁ ସବୁ ଜିଲ୍ଲାକୁ ଆଲର୍ଟର ରହିବାକୁ ନିର୍ଦ୍ଦେଶ…..
ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ରହିବାକୁ ନିର୍ଦ୍ଦେଶ…..